ଗ୍ରଂଥଭାଷା ଓ ପଥଭାଷା

ଓଡ଼ିଆ ସାହିତ୍ୟ

ଗ୍ରଂଥଭାଷା ଓ ପଥଭାଷା
ଭଲ ମଂଦ ଓ ଉଚ୍ଚ ନୀଚ ପାଖ ଦୂର ଓ ଆଗ ପଛ ଏ ସବୁ ଯେଣୁ ଆପେକ୍ଷିକ ବିଭ୍ରାଂତି ଘଟଇ ଅନେକ ଚିଂତା ମଥାରେ ଖେଳେ ଦୋଳି ତଳୁ ଉପର ଝୁଲି ଝୁଲି ହେଲେ ଏପରି ଗତିମୟ ମନ ହୋଇପାରେନା ଥୟ କରିବି ଅବା ନ କରିବି ଏହି ଚିଂତାରେ ରହି ଡୁବି ମଣିଷ ଥିଲେ ସୁଦ୍ଧା ଜିଇଁ ବିଶେଷ କିଛି କରେନାହିଁ ମନରେ ପୋଷି ଦ୍ବଂଦ୍ବ ଦ୍ବିଧା ନ କରି କୌଣସି ସୁବିଧା ଆୟୁଷ ତକ ଦିଏ ସାରି ଆଶଂକା ଓ ସଂଦେହ ଧରି ଭାଷାର ସ୍ବଚ୍ଛଂଦ ପ୍ରବାହ ତା ପାଇଁ ହୁଅଇ ଅସହ୍ୟ ହୁଏ ସେ ସ୍ବାର୍ଥପରାୟଣ ପ୍ରଶ୍ନ ପଚାରେ ଘନଘନ ଗ୍ରଂଥଭାଷା ଓ ପଥଭାଷା ଭୋଗଂତି ଭିନ୍ନ ଭିନ୍ନ ଦଶା ଗ୍ରଂଥରେ ଭାଷା ରହେ ପଡ଼ି ପଥଭାଷା ହିଁ ପାରେ ବଢ଼ି ବହିରେ ନାହିଁ ସାହି ଭାଷା ସାହିର ଲୋକଂକର ଆଶା ସ୍ଥାନୀୟ ଲୋକ ସହ ମିଶି କହଂତେ ଭାବନା ପ୍ରକାଶି ଯେଉଁମାନଂକ ଯୋଗୁଁ ଭାଷା ହୋଇଛି ସରଳ ସୁରସା ତାହାଂକୁ କଲେ ଉପହାସ ବ୍ୟକ୍ତିର ହୁଏ ସତ୍ତାନାଶ ତାଚ୍ଛଲ୍ଯ କଟୂକ୍ତି ଭର୍ତ୍ସନା କରି ଯେ ହୁଏ ହୃଷ୍ଟମନା ତାହାକୁ କରିଦେଲେ କ୍ଷମା ସ୍ବଭାଷା ହେବ ଅନୁପମା ଆମର ଭାଷା ନାନା ରୂପେ କହିଲେ ଓ ଲେଖିଲେ ବ୍ୟାପେ ପ୍ରତ୍ୟେକ ବ୍ୟବହାରକାରୀ ଜାଣଂତି ଭାବନା ସଂଚାରି ଲୋକଂକୁ କରିଲେ ସଂଦେହ ଭାଷାର ସ୍ଥିତି ଭୟାବହ ହେବା ହିଁ ଅଟେ ସୁନିଶ୍ଚିତ ତା'ପରେ ହୁଏ ଅଂତର୍ହିତ ଲୋକମୁଖରୁ ଶୁଣି କଥା ଜାଣିବା ଭାଷାର ବ୍ୟବସ୍ଥା ତାହା ହିଁ ତାର ବ୍ୟାକରଣ ନିତ୍ୟ ବାସ୍ତବ ଉଚ୍ଚାରଣ ପ୍ରଫୁଲ୍ଲ କୁମାର ତ୍ରିପାଠୀ

What's Your Reaction?

like

dislike

love

funny

angry

sad

wow